ସିଙ୍ଗାପୁର ‘ମି ଠୁ’ ଘଟଣା ପରେ ଯୌନ ଉତ୍ପୀଡ଼ନ ବିରୁଦ୍ଧରେ ଲଢିବାକୁ ଭର୍ଚୁଆଲ୍‍ ରିଏଲିଟିର ବ୍ୟବହାର କରୁଛନ୍ତି ମହିଳା

“ବାଃ! ଆପଣଙ୍କ ଶାର୍ଟ ବାସ୍ତବରେ ବହୁତ ସୁନ୍ଦର ହୋଇଛି। କ’ଣ ଆପଣ ଏହା ସହ ମ୍ୟାଚିଙ୍ଗ୍‍ ଅଣ୍ଡରୱେର ବି ପିନ୍ଧିଛନ୍ତି”? ଜଣେ ପୁୁରୁଷ ବିନା କାରଣରେ ଏପରି କହୁଛି।

ଏହା ଏକ ଭର୍ଚୁଆଲ୍‍ ବାସ୍ତବିକତା ବା ଭର୍ଚୁଆଲ୍‍ ରିଏଲିଟି(ଏକ ହେଡ଼ସେଟ୍‍ ଲଗାଇ ଦେଖୁଥିବା କିଛି ଦୃଶ୍ୟ, ଯାହା ବାସ୍ତବ ଅନୁଭୂତ ହୁଏ କିନ୍ତୁ ବାସ୍ତବ ନୁହେଁ) କିନ୍ତୁ ହେଡ଼୍‍ସେଟରେ ଦେଖୁଥିବା ଏହି ଦୃଶ୍ୟ ୨୩ ବର୍ଷୀୟା ଏଲିଜାବେଥ୍‍ ଲୀଙ୍କୁ ଏକ ଝଟ୍‍କା ଦେଇଥିଲା।

ଭିଆର୍‍(ଭର୍ଚୁଆଲ୍‍ ରିଏଲିଟି) ଟେକ୍‍ନିକ୍‍ ଗାର୍ଲ, ଟକ୍‍ ପ୍ରୋଜେକ୍ଟର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ସିଙ୍ଗାପୁରରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରିବା।

“ମୁଁ ଭାବୁଛି ଏହାର କଡ଼ା ଜବାବ ଦେବି”, ଲୀ କହିଲେ। ତାଙ୍କ କହିବାନୁସାରେ, “ଏହା ଶାରୀରିକ ଭାବେ ଖୁବ୍‍ ନିକଟତର ଅନୁବଭ ହେଲା। ଏହା ଶୁଣିବାକୁ ବାସ୍ତବରେ ଖୁବ୍‍ ବିରକ୍ତିକର ଓ ଘୃଣ୍ୟ ଥିଲା।

ଯୌନ ଉତ୍ପୀଡ଼ନ ସହର-ରାଜ୍ୟର ବିଶ୍ୱବିଦ୍ୟାଳୟ ପରିସରରେ ଏକ ପ୍ରମୁଖ ବିଷୟ ପାଲଟିଛି, କାରଣ ଏକ ଶୀର୍ଷ ଇନ୍‍ଷ୍ଟିଚ୍ୟୁସନର ଜଣେ ଛାତ୍ର ଡର୍ମିଟୋରୀ ଶାୱାରରେ ଗୁପ୍ତ ଭାବେ ଶୁଟ୍‍ କରାଯାଇଥିବା କାହାଣୀକୁ ପୁନଃ ପ୍ରସାରଣ ପାଇଁ ଇନ୍‍ଷ୍ଟାଗ୍ରାମରେ ନେଇଥିଲା। ପୀଡ଼ିତା ମୋନିକା ବେଙ୍କୁ ଲାଗିଲା ଯେ, ଅପରାଧୀ ବିନା ଶାସ୍ତିରେ ଖସିଗଲା ଓ ଘଟଣାକୁ ସାର୍ବଜନୀନ କରିବାର ତାଙ୍କ ନିଷ୍ପତ୍ତିକୁ ସିଙ୍ଗାପୁରର ‘ମି ଠୁ’ ଆନ୍ଦୋଳନର ନାଁ ଦିଆଗଲା।

ଶିକ୍ଷାମନ୍ତ୍ରୀ ଓଙ୍ଗ୍‍ ୟେ କୁଙ୍ଗ୍‍ଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୫ରୁ ୨୦୧୭ ମଧ୍ୟରେ ସିଙ୍ଗାପୁରର ୬ଟି ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ସହ ଯୌନ ନିର୍ଯାତନାର ୫୬ ମାମଲା ସାମ୍ନାକୁ ଆସିଛି। ହେଲେ ଅନେକ ଛାତ୍ରଛାତ୍ରୀଙ୍କ କହିବାନୁସାରେ, ବାସ୍ତବିକ ସଂଖ୍ୟା ଆହୁରି ଅଧିକ ଏବଂ ଅନେକ ଘଟଣା ଦବି ମଧ୍ୟ ଯାଇଛି। ଭର୍ଚୁଆଲ୍‍ ରିଏଲିଟିରେ ବାସ୍ତବିକ ଅନୁଭୂତି ଆଧାରରେ ୫ଟି ଦୃଶ୍ୟଲେଖର ସୁବିଧା ଉବଲବ୍ଧ। ସେମାନେ ଦୃଶ୍ୟଗୁଡ଼ିକୁ ଦେଖାଇବା ପାଇଁ ପୁରୁଷ ବନ୍ଧୁଙ୍କ ସାହାଯ୍ୟ ନେଇଥିଲେ ଓ ତାଙ୍କୁ ନେଇ ଶୁଟିଂ କରିଥିଲେ। ଏହା କିଛି ମାତ୍ରାରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତମାନଙ୍କ କାମ ଦ୍ୱାରା ଅନୁପ୍ରେରିତ, ଯେଉଁମାନେ ଯୌନ ଉତ୍ପୀଡ଼ନକୁ ମୁକାବିଲା କରିବା ପାଇଁ ଏକ ଭିଆର୍‍ ପ୍ରୋଗ୍ରାମ ପ୍ରସ୍ତୁତ କରିଥିଲେ। ଏହା ଜାଣିବା ପରେ ଯୁବତୀମାନେ ପାରମ୍ପରିକ ଭୂମିକା ଅପେକ୍ଷା ଭର୍ଚୁଆଲ୍ ଦୃଶ୍ୟ ଉପରେ ଅଧିକ ଶକ୍ତିଶାଳୀ ପ୍ରତିକ୍ରିୟା ଦେଇଥିଲେ।

ଲୀ’ଙ୍କ କହିବାନୁସାରେ, “ଭର୍ଚୁଆଲ୍‍ ରିଏଲିଟିର ଏସବୁ ଦୃଶ୍ୟ ନିଶ୍ଚିତ ରୂପେ ମୋତେ ଏଭଳି ବିଭିନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ସକ୍ଷମ କରିବ। ଏହା ଭାବପ୍ରବଣ କରିଥାଏ। ମୁଁ ଜାଣିପାରିବି ଯେ ମୋତେ ଆଗକୁ କି ପଦକ୍ଷେପ ନେବାକୁ ଅଛି। ମୋତେ ଏହାକୁ ମୋ ସାଙ୍ଗଙ୍କୁ କହିବାକୁ ପଡ଼ିବ ଓ ମୋର ଆଖପାଖ ସମୁଦାୟଙ୍କ ସମର୍ଥନ ପ୍ରାପ୍ତ କରିବାକୁ ପଡ଼ିବ। ଏହାପରେ ଯଦି ଆଉ କିଛି ପଦକ୍ଷେପ ନେବା ଆବଶ୍ୟକ ପଡ଼େ ତେବେ ତାହା ନେବି”।

ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଏଭଳି କିଛି ପଦକ୍ଷେପ ଦ୍ୱାରା ମହିଳାମାନଙ୍କ ଭୟ ତଥା ଲୋକନିନ୍ଦାକୁ ଡର ଆଦି ଦୂର ହୋଇଛି ଏବଂ ସେ ସମାଜରେ ନ୍ୟାୟ ପାଇଁ ନିଜ ସ୍ୱର ଉତ୍ତୋଳନ କରିପାରୁଛନ୍ତି।

ଗାର୍ଲ, ଟକ୍‍ର ଭିଆର୍‍ ସିମୁଲେସନ ଓ ଅନ୍ୟ ଡିଜିଟାଲ କ୍ୟାମ୍ପେନ୍‍ ଆଗକୁ ଆସି ସମସ୍ତ ପ୍ରତିବନ୍ଧକକୁ ଭାଙ୍ଗୁଛି ଏବଂ ମହିଳାମାନଙ୍କୁ ତାଙ୍କ ସ୍ୱର ଉତ୍ତୋଳନ କରିବାରେ ସାହାଯ୍ୟ କରୁଛି।

ଏହି ଭର୍ଚୁଆଲ୍‍ ରିଏଲିଟି ଦେଖିବା ପରେ ଅନ୍ୟ ଜଣେ ଛାତ୍ରୀ କହିଛନ୍ତି, “ମୋତେ ଲାଗିଲା ଯେ, ମୁଁ ଏହି ସମସ୍ୟାକୁ ସାମ୍ନା କରୁଛି”।

Comments
Loading...