ଜାନୁଆରୀ ୫ରୁ ମହିଳା ଟି -୨୦, ଭାଗନେବେ ୩ ବିଦେଶୀ ସମେତ ୬ ଦଳ

କଟକ: ଲିବୋଲିପ୍‌ ମହିଳା ଟ୍ବେଣ୍ଟି୨୦ ଚମ୍ପିଆନସିପ୍‌ ଆସନ୍ତା ୨୦୨୧ ଜାନୁଆରୀ ୫ରୁ ୨୫ ତାରିଖ ପର୍ୟ୍ୟନ୍ତ କିଟ୍‌ କ୍ୟାମ୍ପସ ଖେଳ ପଡ଼ିଆରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ବିଦେଶୀ ଦଳ ଭାବେ ଇଂଲଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଥିବାବେଳେ ଭାରତୀୟ ଦଳ ଭାବେ ଝାଡଖଣ୍ଡ, ରେଲୱେ ଓ ଓଡ଼ିଶା ମହିଳା ଦଳ ଅଂଶଗ୍ରହଣ କରିବ। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ମହିଳା ଦଳ ଏଥିରେ ଅଂଶଗ୍ରହଣ କରିବ।

ପ୍ରତ୍ୟେକ ଦଳ ୫ଟି ଲେଖାଏଁ ମ୍ୟାଚ ଖେଳିବେ ବୋଲି ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଲ-ୟାସିନ୍ ପକ୍ଷରୁ ବିଜନ କୁମାର ଦଳାଇ ଓ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଅନ୍ତର୍ଜାତୀୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.