ମଦ ଦୋକାନ ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

0

ଗଞ୍ଜାମ: ଗଞ୍ଜାମ ବ୍ଲକ କରପଡ଼ା ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ କରାଯାଇଛି। ଗ୍ରାମରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ମହୁଲ ମଦ ଦୋକାନ ବନ୍ଦ କରିବା ପାଇଁ ସ୍ୱୟଂସହାୟିକା ମହିଳା ଗୋଷ୍ଠୀ ଓ ଗ୍ରାମ କମିଟି ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ଆଜି ସକାଳୁ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଆଗରେ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଅନୀଲ ମହାନ୍ତି ଓ ଅବକାରୀ ଇନ୍ସପେକ୍ଟର ଗଙ୍ଗାଧର ପାଇକରାୟ ଗ୍ରାମକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହ ଦୁଇ ମାସ ଭିତରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Comments
Loading...