କଟକରେ ପହଞ୍ଚିଲା ନିଶାମୁକ୍ତ ଓଡିଶା ପଦଯାତ୍ରା

0

ଭୁବନେଶ୍ୱର : ମା ଘର ମହିଳା ଫାଉଣ୍ଡେସନ ତରଫରୁ ନିଶାମୁକ୍ତ ଓଡିଶା ପଦଯାତ୍ରାର ମହିଳାମାନେ ହାତରେ ବ୍ୟାନର, ଫ୍ଲାକକାର୍ଡ ଧରି ଆସି ସୋମବାର କଟକ ଠାରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା ସେପ୍ଟେମ୍ବର ମାସ ୨୬ ତାରିଖରେ ବାଲେଶ୍ୱର ଜିଲାରୁ ବାହାରିଥିଲା। ମା ଘର ଫାଉଣ୍ଡେସନର ପ୍ରତିଷ୍ଠାତା ରୁତୁପର୍ଣ୍ଣା ମହାନ୍ତି କିଛି ସମର୍ଥକଙ୍କ ସହିତ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ପଦଯାତ୍ରା ଭୁବନେଶ୍ୱର ଠାରେ ଗାନ୍ଧୀ ଜୟନ୍ତୀରେ ଶେଷ ହେବ ବୋଲି ଜଣାପଡିଛି। ନିଶାମୁକ୍ତ ଓଡିଶା ଗଠନ ପାଇଁ ଆଜିର ଜନ ସମାଜ ସଚେତନ ହେବାରେ ଲାଗିଛନ୍ତି। କେନ୍ଦ୍ରାପଡା ଘଟଣା ଏହାର ଏକ ଉଦାହରଣ।
ରୁତୁପର୍ଣ୍ଣା ମହାନ୍ତି କହିଥିଲେ ଅହିଂସା ଏବଂ ନିଶାମୁକ୍ତ ଓଡିଶା ଏହି ପଦଯ।।ତ୍ରାର ମୂଳ ଲକ୍ଷ। ବର୍ତ୍ତମାନ ପରିସ୍ତିତିରେ ଗାନ୍ଧୀଙ୍କ ବିଷୟରେ ପଢିବା ବଦଳରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଗାନ୍ଧୀଙ୍କୁ ଅନୁସରଣ କରିବା ଏବଂ ତାଙ୍କ ନୀତିକୁ ନିଜ ଜୀବନରେ ପ୍ରୟୋଗ କରିବା। ମାତ୍ର ଆଜିର ଯୁବ ସମାଜ ଏଥିରେ ସାମିଲ ହେଉନଥିବା ସବୁଠାରୁ ଚିନ୍ତାଜନକ କଥା ବୋଲି ସେ କହିଥିଲେ। ସେ କହିଲେ ଗାନ୍ଧିଜୀ ଆମକୁ ସବୁଧର୍ମକୁ ଆଦର ଏବଂ ସମ୍ମାନ କରିବା କଥା ଶିଖାଇଥିଲେ। ଘୃଣା ରାଜନୀତି ବନ୍ଦ ହେବା ଆବଶ୍ୟକ। ସେ କହିଥିଲେ ହିଂସାର ମାର୍ଗ ଛାଡି ଅହିଂସାର ମାର୍ଗରେ ଚାଲିବା ହିଁ ଗାନ୍ଧୀ ବାଦର ପ୍ରକୃତ ଲକ୍ଷ୍ୟ। ଅହିଂସା ଏବଂ ନିଶାମୁକ୍ତ ଓଡିଶା ପଦଯାତ୍ରା ଅକ୍ଟୋବର ୨୦ ତାରିଖରେ ଶେଷ ହେବ ଏବଂ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବବୋଲି ସେ କହିଥିଲେ।

Leave A Reply