ଚୋରା ମଦ ବେପାରୀଙ୍କୁ ଦଣ୍ଡ ଦେଲେ ମହିଳା

0

ବାଲେଶ୍ୱର : ଖରସାହାପୁର ସ୍ଥିତ ମାଝୀ ସାହିର ମହିଳାମାନେ ଜଣେ ଚୋରା ମଦବେପାରୀକୁ ନିସ୍ତୁକ ମାଡ଼ ମାରିବା ସହ ମୁହଁରେ ଚୂନ କାଳି ବୋଳିଛନ୍ତି। ସୂଚନା ଅନୁଯାୟୀ, ମାଝିସାହିରେ ଦାର୍ଘଦିନ ଧରି ଚୋରା ମଦ କାରବାର ଚାଲିଥିଲା। ତେବେ ଏ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଜିଲା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ତେଣୁ ଗ୍ରାମର ୧୬ ଓ ୧୭ ନମ୍ବର ୱାର୍ଡ଼ର ମହିଳାମାନେ ଦାଣ୍ଡହରିପୁର ପଞ୍ଚାୟତ ସ୍ଥିତ ଆରୁହା ଗ୍ରାମର ଚୋରା ମଦ ବେପାରୀ ଶ୍ରୀକାନ୍ତ ପଣ୍ଡାଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ମୁହଁରେ ଚୂନ କାଳି ବୋଳିଛନ୍ତି।

Leave A Reply