ଅଜଣା ବାଇକ ଧକ୍କାରେ ବୃଦ୍ଧା ଗୁରୁତର

0

ବାଲେଶ୍ବର: ଅଡା ପଞ୍ଚାୟତ ଚାରିଘାରିଆ ଛକରେ ଏକ ଅଜଣା ବାଇକ ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣକ ହେଲେ ଦୁଃଖୀ ସହାଣୀ (୬୫)। ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଅଡ ଦମକଳ ବାହିନୀ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ମାକୋଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୃଦ୍ଧାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply