ମହିଳା ଫୁଟବଲ ଦଳ ମୁଖ୍ୟ ପ୍ରଶିକ୍ଷିକା ପଦ ଛାଡ଼ିଲେ ରକି

ନୂଆଦିଲ୍ଲୀ: ଭାରତୀୟ ସିନିୟର ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ପଦ ଛାଡ଼ିଛନ୍ତି ମେମୋଲ୍‌ ରକି। ଦୀର୍ଘ ୪ ବର୍ଷ ଧରି ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିବା ମେମୋଲ୍‌ ବ୍ୟକ୍ତିଗତ କାରଣ ଦର୍ଶାଇ ପଦତ୍ୟାଗ କରିଛନ୍ତି।

୨୦୧୭ରେ ମେମୋଲ୍‌ ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଭାବେ ପଦଭାର ଗ୍ରହଣ କରିଥିଲେ। ସେ ଭାରତୀୟ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥିବା ବେଳେ ଦଳ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଥିଲା। ମୁଖ୍ୟ ପ୍ରଶିକ୍ଷିକା ପଦ ଛାଡ଼ିବା ପରେ ନିଜ ପ୍ରତିକ୍ରିୟାରେ ମେମୋଲ୍‌ କହିଛନ୍ତି, ସର୍ବଭାରତୀୟ ଫୁଟବଲ ମହାସଂଘ ତାଙ୍କ ଉପରେ ଯେଉଁ ଭରସା ରଖିଲା ସେଥିପାଇଁ ସେ ବେଶ୍‌ କୃତଜ୍ଞ। ଭାରତୀୟ ମହିଳା ଫୁଟବଲ ଦଳ ବେଶ୍‌ ଅଗ୍ରଗତି କରିଛି ଏବଂ ଆଗାମୀ ଦିନରେ ଏହି ଧାରା ବଜାୟ ରଖିବ ବୋଲି ଆଶାରଖିଛି।

Comments are closed.