ରୋଷେଇ କରୁଥିବାବେଳେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଲେ ମହିଳା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ପଞ୍ଚାୟତ ଡେଣୁଆ ଗ୍ରାମରେ ରୋଷେଇ କରୁଥିବାବେଳେ ଅସାବଧାନାବସତଃ ନିଆଁରେ ପୋଡି ହୋଇ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି।
ସୂଚନା ମୁତାବକ, ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରବିନ୍ଦ୍ର ମହାନ୍ତିଙ୍କ ପତ୍ନୀ ମଞ୍ଜୁଲତା ମହାନ୍ତ(୫୩) ଗତ ସନ୍ଧ୍ୟାରେ ଚୁଲିରେ ରୋଷେଇ କରୁଥିଲେ। ଏହି ସମୟରେ ଅସାବଧାନତାବସତଃ ତାଙ୍କ ଶାଢ଼ୀ ରେ ନିଆଁ ଲାଗି ସେ ପୋଡି ଯାଇଥିଲେ । ପ୍ରଥମେ ଆହତ ଅବସ୍ଥାରେ ଗ୍ରାମର ଜଣେ ବଇଦ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସୋମବାର ସକାଳୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ତୁରୁମୁଙ୍ଗା ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ତୁରୁମୁଙ୍ଗା ଥାନାଧିକାରି ବରେନ୍ଦ୍ର ଶିଅଳ କେନ୍ଦୁଝର ଯାଇ ମଞ୍ଜୁଲତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି । ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments are closed.