ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର

0

ବଣେଇ : ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଏନଏଚ ୧୪୩ ଦର୍ଜୀଙ୍ଗ ଆମରୁଡି ପୋଲ ନିକଟରେ ଜଣେ ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ଲହୁଣିପଡା ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କର ବୟସ ୩୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କୌଣସି  ଅଜଣା ଗାଡି ଧକ୍କାରେ ମହିଳାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ପୁଲସି ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ମୃତ ମହିଳାଙ୍କର ପରିଚୟ ମିଳି ପାରି ନାହିଁ।

Leave A Reply