କୂଅରେ ପଡି ମହିଳା ମୃତ

0

ବ୍ରହ୍ମପୁର: ଦିଗପହଣ୍ଡି ନିକଟସ୍ଥ ଚୁଡ଼ଙ୍ଗପୁର ପଂଚାୟତ ନୂଆଜଲରାମ ଗ୍ରାମରେ କୂଅରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ଇ.ପାର୍ବତୀ ଦୋରା। ପାର୍ବତୀ ନିକଟସ୍ଥ କୂଅକୁ ପାଣି ଆଣିବାକୁ ଯାଇଥିବା ସମୟରେ କୌଣସି କାରଣବଶତଃ ସେ କୂଅରେ ପଡ଼ିଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ଥାନା ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Leave A Reply