ସଡକ ଦୁର୍ଘଟଣାରେ ମହିଳା ମୃତ

0

ବରଗଡ: ବରଗଡ଼ ଜିଲାର ପାଇକମାଲ ବ୍ଳକର ଗଉରଜୁରୀ ଓ ମଲଦା ମଝିରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ମୃତ ମହିଳାଙ୍କ ପରିଚୟ ଜଣା ପଡିନାହିଁ। ଖବର ପାଇ ପାଇକମାଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply