ଅନ୍ତର୍ଜାତୀୟ ମହିଳା ଦିବସ ; ମହିଳାଙ୍କୁ ଶୁଭକାମନା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦୁନିଆରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‍ କରି ମହିଳାଙ୍କୁ ଶୁଭ କାମନା ଜଣାଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ସଙ୍କଳ୍ପ ନେବା। ଏହାଦ୍ୱାରା ସେମାନେ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାକୁ ନିଜ ଇଚ୍ଛା ଅନୁଯାୟୀ ଆଗକୁ ଅଗ୍ରସର ହୁଅନ୍ତୁ।
ଏହାସହ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହ ନାରୀ ଶକ୍ତିକୁ ପ୍ରଣାମ ଜଣାଇଛନ୍ତି।
ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ ମହିଳାମାନଙ୍କ ବିଭିନ୍ନ କ୍ଷେତ୍ରରେ ଯୋଗଦାନକୁ ନେଇ ଡ଼ୁଡ଼ଲ ଭିଡ଼ିଓ ସମର୍ପିତ କରିଛି। ଏହାସହ ଗୁଗଲ ଆନିମେଟେଡ଼ ଭିଡ଼ିଓରେ ମହିଳାଙ୍କ ବିଭିନ୍ନ କ୍ଷେତ୍ରରେ ଯୋଗଦାନକୁ ପ୍ରଦର୍ଶିତ କରିଛି। ମହିଳା ଦିବସ ଅବସରରେ ଚଳିତ ବର୍ଷର ବିଷୟବସ୍ତୁ  I am Generation Equality:Realizing Womens rights ରହିଛି।

 

Comments are closed.