ଆନ୍ତଃରାଜ୍ୟ ମହିଳା ଦିନିକିଆ କ୍ରିକେଟ, ମାଧୁରୀଙ୍କ ଅପରାଜିତ ଶତକ

କଟକ: ମହାରାଷ୍ଟ୍ରର ପୁଣେରେ ଚାଲିଥିବା ମହିଳା ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଗୁରୁବାର ଏଲିଟ୍‌ ଗ୍ରୁପ-ବି ର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୭ ୱିକେଟରେ ଉତ୍ତରାଖଣ୍ଡକୁ ପରାସ୍ତ କରିଛି। ଉତ୍ତରାଖଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ ହରାଇ ୨୨୭ରନ କରିଥିଲା। ଏ.ଏନ୍ ତୋମାର ୪୭ରନ କରିଥିଲେ। ଓଡ଼ିଶା ପକ୍ଷରୁ ମଧୁସ୍ମିତା ବେହେରା ୨ଟି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଓଡ଼ିଶା ୪୬.୨ ଓଭରରେ ୩ ୱିକେଟ ହରାଇ ୨୨୮ରନ କରି ବିଜୟୀ ହୋଇଥିଲା। କାଜଲ ଜେନା ୪୧ ରନ କରି ଆଉଟ୍‌ ହୋଇଥିବାବେଳେ ମାଧୁରୀ ମେହେଟା ୧୦୮ଓ ପ୍ରଜ୍ଞା ପାରମିତା ମହାନ୍ତି ୩୧ରନ କରି ଅପରାଜିତ ରହିଥିଲେ। ଓଡ଼ିଶା ପୂର୍ବରୁ ତାମିଲନାଡୁ, ଚଣ୍ଡିଗଡ଼ ଓ ମୁମ୍ବଇକୁ ପରାସ୍ତ କରିଥିବାବେଳେ ଶେଷ ଲିଗ୍‌ ମ୍ୟାଚ ଶନିବାର ରେଳବାଇ ବିପକ୍ଷରେ ଖେଳିବ।

Comments are closed.