ମହିଳା ହିଂସା ଶିକାର ହୋଇଛନ୍ତି ? ୮୭୬୩୫୪୩୦କୁ କଲ୍ କରନ୍ତୁ

ଭୁବନେଶ୍ବର (ବ୍ୟୁରୋ) ଲକ୍ଡ଼ାଉନ କାଳରେ କିଛି ସ୍ଥାନରେ ମହିଳା ହିଂସା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ମାତ୍ର ଏହାକୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ମହିଳାଙ୍କ ବିରୋଧରେ ହିଂସାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି । ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ କଠୋର ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ପୁଳିସ ମହାନିର୍ଦେଶକ ମଧ୍ୟ ହିଂସାର ଶିକାର ମହିଳା ଥାନାକୁ ଆସିବାର ଆବଶ୍ୟକତା ନାହିଁ, ଫୋନ୍ କଲେ ସେମାନଙ୍କ ଘର ନିକଟରେ ପୁଲିସ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମହିଳା କମିଶନ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କମିଶନଙ୍କ ପକ୍ଷରୁ ଏକ ହ୍ବାଟ୍ସଆପ୍ ନମ୍ବର ୮୭୬୩୫୪୩୦ ଜାରି କରିଛନ୍ତି । ହିଂସାର ଶିକାର ମହିଳାମାନେ ଏହି ନମ୍ବରରେ ନିଜ ଅଭିଯୋଗ ପ୍ରଦାନ କରିପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି ।

Comments are closed.