କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

0

ଗଞ୍ଜାମ : କିରାସିନି ଢାଳି ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଗଞ୍ଜାମର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ଘଟିଛି। ମୃତ ମହିଳାଙ୍କ ନାମ ସନ୍ଧ୍ୟା ବିଶୋଇ। ସେ ୫ବର୍ଷ ପୂର୍ବରୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୫ମାସର ଶିଶୁ ଥିବାର ଜଣାପଡିଛି।
ପାରିବାରିକ କଳହକୁ ନେଇ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମହିଳା ଜଣକ ପୋଡି ହୋଇଥିବାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply