ଜାଣନ୍ତୁ! କେଉଁ କାର୍ଯ୍ୟ କଲେ ସୌଭାଗ୍ୟବତୀ ହୁଏ ନାରୀ

0

ନାରୀ ଗୃହର ଲକ୍ଷ୍ମୀ ଅଟେ।ତାହାରି ଆଚାର,ବ୍ୟବହାର ଓ ଲକ୍ଷଣ ଉପରେ ନ୍ୟସ୍ତ ରହିଛି,ପରିବାରର ସଦସ୍ୟଙ୍କ ସଫଳତା। ଏପରି କିଛି ସାଧାରଣ କଥା ଅଛି ଯାହା ପ୍ରତି ଧ୍ୟାନ ଦେଲେ ଗୃହକୁ ମଧ୍ୟ ସ୍ୱର୍ଗ ସଦୃଶ କରିପାରିବ ନାରୀ। ସେଭଳି କେତେକ କଥା ବିଷୟରେ ଆସନ୍ତୁ ଜାଣିବା।
ନାରୀ ମାନେ ପ୍ରାତଃ ସ୍ନାନ କରି ଭଗବାନଙ୍କୁ ଓ ନିଜ ଇଷ୍ଟଦେବାଦେବୀଙ୍କୁ ପ୍ରଣାମ କରିବା ଆବଶ୍ୟକ।ଏହା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତି ଲାଗି ରହେ।
ସକାଳୁ ପୂଜା କାର୍ଯ୍ୟ ପରେ ପ୍ରଥମେ ନିଜ ଠାରୁ ବଡ଼ ମାନଙ୍କୁ ପ୍ରଣାମ କରିବା ଉଚିତ।
ଏହା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ନିଜ ସ୍ୱାମୀଙ୍କୁ ମଧ୍ୟ ପ୍ରତିଦିନ ପ୍ରଣାମ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ନାରୀ ମାନେ ଜୋରରେ ହସିବା, ରାସ୍ତାରେ ଅଥବା ଘରେ ବଡ଼ ପାଟିରେ କଥା ହେବା ଦ୍ୱାରା ଗୃହରେ ଳକ୍ଷ୍ମୀଙ୍କ ବାସ ହୋଇ ନଥାଏ ଓ ଧନହାନୀ ମଧ୍ୟ ହୋଇଥାଏ।
ଗାଧୋଇବା ପରେ ରୋଷେଇ ଗୃହରେ ପ୍ରବେଶ କରିବା ଉଚିତ ଅଥବା ରାତିରେ ପିନ୍ଧିଥିବା ଲୁଗାପଟା ବଦଳାଇ ଅଲଗା ଲୁଗା ପିନ୍ଧି ରୋଷେଇ ଘରେ ପ୍ରବେଶ କରିବା ଉଚିତ।
ପିଲା ମାନଙ୍କ ଉପରେ ଅଯଥାରେ ରାଗିବା ମଧ୍ୟ ଅନୁଚିତ।
ନିଜ କାର୍ଯ୍ୟକୁ ସର୍ବଦା ଖୁସିରେ ଓ ଆଗ୍ରହ ସହ କଲେ ଗୃହରେ ଆନନ୍ଦର ବାତାବରଣ ରହିଥାଏ।

Leave A Reply