ମହିଳା ସଂରକ୍ଷଣ ବିଲ ପାସ୍‌ କରିବା ପାଇଁ ୨୨ଟି ଦଳର ନେତାଙ୍କୁ ଭେଟିବ ବିଜେଡି ପ୍ରତିନିଧି ମଣ୍ଡଳ

0

ଭୁବନେଶ୍ୱର . – ବିଧାନସଭା ଓ ସସଂଦରେ ମହିଳା ସଂରକ୍ଷଣ ବିଲ୍‌ ପାସ କରିବା ପାଇଁ ବିଜେଡିର ପ୍ରତିନିଧି ମଣ୍ଡଳ ଦେଶର ୨୨ଟି ରାଜନୈତିକ ଦଳର ନେତାଙ୍କୁ ଭେଟିବ । ଏଥିପାଇଁ ବୁଧବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ୭ଟି ଜାତୀୟ ଦଳ ସହ ୨୨ଟି ରାଜନୈତିକ ଦଳର ନେତାଙ୍କ ସହ ବିଜେଡିର ପ୍ରତିନିଧି ମଣ୍ଡଳ ଭେଟିବେ ବୋଲି  ନିଷ୍ପତ୍ତି ନିଆଯାଇଛି । ତିନିଜଣ ଲେଖାଏଁ ସାଂସଦ ଓ ଜଣେ ବିଧାୟକ ଉଭୟ ବିଜେପି ଓ କଂଗ୍ରେସ ନେତାଙ୍କୁ ଭେଟିବେ ।

ବିଧାନସଭା ଓ ସସଂଦରେ ମହିଳାଙ୍କର ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ   ରାଜ୍ୟସରକାର ନଭେମ୍ବର ମାସରେ ବିଧାନସଭାରେ ପ୍ରସ୍ତାବ ଆଣିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।

Leave A Reply