ମହିଳାଙ୍କ ଇସାରାରେ ନାଚୁଛନ୍ତି ୩ ସିଂହ; ପୋଷା କୁକୁର ପରି ସାଙ୍ଗରେ ବୁଲାଉଛନ୍ତି

ଡେସ୍କ: ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ। ଏଥି ମଧ୍ୟରୁ କିଛି ଭିଡିଓ ଦେଖି ଲୋମ ଟାଙ୍କୁରି ଉଠେ ତ ଆଉ କିଛି ଭିଡିଓ ଚିକିତ କରିଦିଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବୁ, ଯାହାକୁ ଦେଖି ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଭାଇରାଲ ହେବାରେ ଲାଗିଥିବା ଏହି ଭିଡିଓରେ ଜଣେ ମହିଳା ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନିଟି ସିଂଙ୍କୁ ନିଜ ପୋଷା କୁକୁର ଭଳି ସାଙ୍ଗରେ ଧରି ବୁଲାଉଥିବା ଦେଖିବାକୁ ମିଳିଛି।
ସେ ଜଙ୍ଗଲର ରାଜା, ତା’ ନାଁ ଶୁଣିଲେ ଲୋକେ ଭୟରେ ଥରନ୍ତି। ଭାବନ୍ତୁ, ଯଦି ସେ ସାମ୍ନାକୁ ଆସିଯାଏ ତାହେଲେ କ’ଣ ହେବ, କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ବିନା ଭୟରେ ତିନିଟି ଭୟଙ୍କର ସିଂହଙ୍କୁ ଭ୍ରମଣରେ ନେଇ ଯାଇଛନ୍ତି। ଇନ୍ଷ୍ଟାଗ୍ରାମରେ ଏହି ଭିଡିଓକୁ girlfromparadise9 ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଲାଇକ୍ କରି ସାରିଲେଣି।
ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, କ୍ୟାମେରାମ୍ୟାନଙ୍କ ସାହସକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ। କାରଣ ସେ ସିଂହଙ୍କ ସାମ୍ନାରେ ଠିଆ ହୋଇ ଭିଡିଓ କରିଥିବେ। ଆଉ ଜଣେ ଲେଖିଛନ୍ତି, ନିଜ ସୁରକ୍ଷା ପାଇଁ କୁକୁର କାହିଁକି ପାଳିବେ, ଯେତେବେଳେ ଆପଣଙ୍କ ପାଖରେ ଏଭଳି ଭୟଙ୍କର ସିଂହ ଥିବେ।
Comments are closed.