ପୂର୍ବତନ ବିଧାୟକଙ୍କ ଗୁଳିରେ ଆହତ ମହିଳାଙ୍କର  ମୃତ୍ୟୁ

0

ନୂଆଦିଲ୍ଲୀ .. – ଜିରୋ ନାଇଟ ଓ ନୂଆ ବର୍ଷ ପାଳନ ଅବସରରେ  ବିହାରର ପୂର୍ବତନ ବିଧାୟକ ରାଜୁ ସିଂ ଜଣେ ୪୨ ବର୍ଷୀୟା ମହିଳାଙ୍କ ମୁଣ୍ଡକୁ  ଗୁଳି ମାରିଥିଲେ  । ବିଧାୟକ ଜଣଙ୍କ ନୂଆଦିଲ୍ଲୀର ଏକ ଫାର୍ମ ହାଉସ୍‌ରେ ନୂଆ ବର୍ଷ ପାଳନ ପାଇଁ ଶୂନ୍ୟକୁ ଗୁଳି ମାରିବା ବେଳେ ଏହା ମହିଳାଙ୍କ ମୁଣ୍ଡରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପରେ ଏହି ମହିଳାଜଣଙ୍କୁ ଚିକିତ୍ସା ପାଇଁ  ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନରେ ଭର୍ତ୍ତି କରାଯାଇଥିଲା । ଗୁରୁବାର  ସକାଳେ ଏହି ମହିଳାଙ୍କର ମୃତ୍ୟୁ ହୋଇଛି । ଏହି ଗୁଳି କାଣ୍ଡପରେ ଅଭିଯୁକ୍ତ ରାଜୁ ସିଂ ବିହାରକୁ ଫେରାର ହୋଇଯାଇଥିଲା । ପରେ ଦିଲ୍ଲୀ ପୁଲିସ ରାଜୁ ସିଂ ଓ ତା ସ୍ତ୍ରୀକୁ ଗିରଫ କରିଛି । ଏହି ରାଜନେତା ନାମରେ ଆଗୁରୁ ଅନେକ ଅପରାଧିକ ମାମଲା ରହିଛି ।

Leave A Reply