ଏସପିଙ୍କ କାର୍ଯ୍ୟାଳୟରେ ନିଜ ଦେହରେ ନିଆଁ ଲଗାଇଲେ ଦୁଷ୍କର୍ମ ପୀଡିତା

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି। ଜଣେ ଦୁଷ୍କର୍ମ ପୀଡିତା ଏସପିଙ୍କ କାର୍ଯ୍ୟାଳୟରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଛନ୍ତ। ପୁଲିସ କର୍ମଚାରୀମାନେ ଯୁବତୀଙ୍କ ଦେହରୁ ନିଆଁ ଲିଭାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାନପୁର ହଲଟ୍ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ଯୁବତୀଙ୍କ ଶରୀରର ୬୦ ପ୍ରତିଶତ ଜଳି ଯାଇଛି ବୋଲି ଏସପି କହିଛନ୍ତି।

ଯୁବତୀଙ୍କ ଅଭିଯୋଗ ହେଲା, ଗାଁର ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ ଅକ୍ଟୋବର ୨ତାରିଖରେ ଯୁବତୀ ଜଣଙ୍କ ଏତଲା ଦେଇଥିଲେ। କିନ୍ତୁ ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଯାଇଥିଲା। ଏହାକୁ ନେଇ ଯୁବତୀ ଅସନ୍ତୁଷ୍ଟ ଥିଲେ। ଆଜି ଏସପି କାର୍ଯ୍ୟାଳୟରେ ପହଞ୍ଚି ପୀଡିତା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Comments are closed.