ବିଲେଇର ଆରତି କରି ତିଳକ ଲଗାଇଲେ ମହିଳା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୁହାଯାଏ ପଶୁମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେଥିପାଇଁ ଅନେକ ଲୋକ ସେମାନଙ୍କ ପୋଷା ଜୀବଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଆନ୍ତି। ନିଜ ପରିବାର ସଦସ୍ୟ ଭଳି ବ୍ୟବହାର କରିଥାନ୍ତି। ଏପରି କି ସେମାନଙ୍କୁ ମଣିଷ ଭଳି ଲାଳନ ପାଳନ ମଧ୍ୟ କରନ୍ତି। ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୋଟିଏ ଟିକ୍‌ଟକ୍‌ ଭିଡିଓରୁ। ଜଣେ ମହିଳା ନିଜର ପୋଷା ବିଲେଇକୁ ଆରତି କରି ତା’ ମଥାରେ ତିଳକ ଲଗାଉଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦ ସେକେଣ୍ଡର ଏହି ଭିଡିଓରେ ଜଣେ ମହିଳା ତାଙ୍କ ବିଲେଇକୁ ଏକ ଚେୟାରରେ ବସାଇଛନ୍ତି। ପରେ ହାତରେ ଆରତି ଥାଳି ଧରି ଆରତି କରିବା ପରେ ବିଲେଇ ମୁଣ୍ଡରେ ସିନ୍ଦୂର ତିଳକ ଲଗାଉଛନ୍ତି। ବିଲେଇଟି ଏକ ଧଳା ପୋଷାକ ଥିବାବେଳେ ଆରତି ସମୟରେ ଶାନ୍ତ ହୋଇ ବସିଥିବା ଦେଖିବାକୁ ମିଳିଛି। ବିଲେଇଟିର ଜନ୍ମଦିନ ଅବରସରେ ମହିଳା ଜଣକ ତା’କୁ ଏଭଳି ଆରତି କରିଥିବା ଜଣାପଡ଼ିଛି।

Comments are closed.