ତାଲିମ ପାଇଁ ଆସିଥିବା ମହିଳା ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ଆତ୍ମହତ୍ୟା

ପୁଣେ: ମହାରାଷ୍ଟ୍ରର ପୁଣେରେ ତିନି ମାସିଆ ମିଲିଟାରୀ ତାଲିମ ପାଇଁ ଆସିଥିବା ଜଣେ ମହିଳା ଲେଫ୍ଟନାଣ୍ଟ କର୍ଣ୍ଣେଲ ବୁଧବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଣେ ପୁଲିସର କହିବାନୁସାରେ, ମହିଳା ସେନା ଅଧିକାରୀ ଉତ୍ତରାଖଣ୍ଡ ବାସିନ୍ଦା ଏବଂ ସେ ଜୟପୁରରେ ନିଯୁକ୍ତ ହୋଇଥିଲେ। ସେ ତିନି ମାସ ସାମରିକ ତାଲିମ ପାଇଁ ପୁଣେ ଆସିଥିଲେ।

ପୁଲିସ ସୂଚନା ମୁତାବକ, ମହିଳା ସେନା ଅଧିକାରୀ ଜଣକ ଜଣେ କର୍ଣ୍ଣେଲ ରାଙ୍କ୍‌ ଅଧିକାରୀଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିଲା। ଘଟଣାସ୍ଥଳରୁ କୌଣସି ସୁଇସାଇଡ଼ ନୋଟ୍‌ ମିଳିନାହିଁ। ମାତ୍ର ଅନ୍ୟ ଏକ ଚିଠି ପୁଲିସର ହସ୍ତଗତ ହୋଇଛି, ଯାହାକି ମହିଳାଙ୍କ ପିତାଙ୍କର ବୋଲି ଜଣାପଡ଼ିଛି। ମହିଳାଙ୍କ ପିତା ମଧ୍ୟ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରୁ ହସ୍ତଗତ ହୋଇଥିବା କିଛି ପ୍ରମାଣ ଆଧାରରେ ପୁଲିସ ତଦନ୍ତ ଚଳାଇଛି।

 

 

Comments are closed.