www.samajalive.in
Monday, December 8, 2025
14.1 C
Bhubaneswar

ମହିଳାଙ୍କୁ ଥଣ୍ଡା ଧରିଥିଲା ହେଲେ ଭୁଲିଗଲେ ୨୦ ବର୍ଷର ସବୁ ବିଷୟ -ହୋଇଯାଇଥିଲା ମସ୍ତିଷ୍କ..

 

ଲଣ୍ଡନ – ବ୍ରିଟେନ୍‌ର ସାମ୍ବାଦିକା କ୍ଲାଇରେ ମୁଫେଟ୍‌ ରିସେ୍‌ଙ୍କୁ ଭୀଷଣ ଥଣ୍ଡା ଧରିଥିଲା । ଏନ୍‌ସେଫାଲିଟିସ୍‌ ହେବାରୁ ମସ୍ତିଷ୍କରେ ଇନ୍‌ଫ୍ଲାମେସନ୍‌ ହୋଇଥିଲା । ସଂକ୍ରମଣ ଯୋଗୁଁ ଏପରି ହୋଇଥିଲା । ଏହାପରେ ୪୩ ବର୍ଷୀୟା ସାମ୍ବାଦିକା କୋମାକୁ ଚାଲିଯାଇଥିଲେ । ପରେ ସେ ସୁସ୍ଥ ହୋଇଥିଲେ । ହେଲେ ଏହା ଭିତରେ ସେ ତାଙ୍କ ପରିବାରର ବିଭିନ୍ନ ବିଷୟ ସହ ତାଙ୍କର ବିବାହ, ଶିଶୁକୁ ଜନ୍ମ ଦେବା ସମ୍ବନ୍ଧିତ ବିଷୟ ଭୁଲିଯାଇଥିଲେ । ଥଣ୍ଡାଯୋଗୁଁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା ।

- Advertisement -

ସେ କୋମାରେ ପ୍ରାୟ ୧୬ ଦିନ ରହିଥିଲେ । ଏନ୍‌ସେଫାଲିଟିସ୍‌ ଏକ ପ୍ରକାର ମସ୍ତିଷ୍କ ସଂକ୍ରମଣ ପ୍ରଥମେ କ୍ଲାଇରେଙ୍କୁ ଥଣ୍ଡା ହୋଇଥିଲା । ପରେ ତାଙ୍କ ପୁଅକୁ ବି ଥଣ୍ଡା ଧରିଥିଲା। ହେଲେ କ୍ଲାଇରେଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେ କୋମାକୁ ଚାଲିଯାଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ୨୦ ବର୍ଷର ସମସ୍ତ ଘଟଣାକୁ ସେ ଭୁଲିଯାଇଥିଲେ।

ତାଙ୍କର ଚିକିତ୍ସା କରିବା ସମୟରେ ଡାକ୍ତର ମସ୍ତିଷ୍କ ସଂକ୍ରମଣ କଥା ଭାବିଥିଲେ । ଏହାପରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏଥିରେ ମସ୍ତିଷ୍କର ସଂକ୍ରଣ ଯୋଗୁଁ ରକ୍ତସ୍ରାବ ବିଷୟରେ ଜଣା ପଡିଥିଲା । ପରେ ରୟାଲ ଲଣ୍ଡନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏହି ସମୟରେ ସେ ବିଭିନ୍ନ ବିଚିତ୍ର ଘଟଣା ଅନୁଭବ କରିଥିବା କଥା କହିଛନ୍ତି । ସେ ଭଲ ହେବା ପରେ ତାଙ୍କର ବିବାହ , ପୁଅ ଜନ୍ମହେବା ଏବଂ ଅନେକ ବିଷୟ ଯାହା ପ୍ରାୟ ୨୦ ବର୍ଷର ହେବ ତାହା ଭୁଲିଯାଇଥିବା କଥା କହିଛନ୍ତି ।

ସେ ପୁଣି ସାମ୍ବାଦିକା ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାଙ୍କର ପୂର୍ବ ସ୍ମରଣ ଫେରି ଆସିବ ବୋଲି ବେଶ୍‌ ଆଶାବାଦୀ ଅଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories