କାଶ୍ମୀରରେ ସିଆରପିଏଫର ନେତୃତ୍ବ ନେବେ ମହିଳା ଆଇପିଏସ୍‌ ଚାରୁ ସିହ୍ନା

ନୂଆଦିଲ୍ଲୀ : ଆତଙ୍କବାଦ ପ୍ରବଣ କାଶ୍ମୀର ଉପତ୍ୟକାରେ ସିଆରପିଏଫର ନେତୃତ୍ବ ନେବେ ମହିଳା ଆଇପିଏସ୍ ଚାରୁ ସିହ୍ନା। ସିଆରପିଏଫର ଆଇଜି ପାହ୍ୟାର ଏହି ଅଧିକାରୀଙ୍କୁ ଶ୍ରୀନଗର ସେକ୍ଟରରେ ନିଯୁକ୍ତି କରାଯାଇଛି। କାଶ୍ମୀରରେ ଆତଙ୍କବାଦ ଦମନ ଅଭିଯାନରେ ସିଆରପିଏଫ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ଏବେ ଆତଙ୍କବାଦ ଦମନ ଅଭିଯାନ ପାଇଁ ସିଆରପିଏଫକୁ ଏହି ମହିଳା ଅଫିସର କିପରି ପରିଚାଳନା କରୁଛନ୍ତି ତାହା ଦେଖିବାକୁ ଅଛନ୍ତି। ୧୯୯୬ ବ୍ୟାଚ ତେଲଙ୍ଗାନା କ୍ୟାଡର ଏହି ମହିଳା ଆଇପିଏସ୍‌ ଏବେ ଜାମ୍ମୁରେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସେ ବିହାରରେ ସିଆରପିଏଫର ନକ୍ସଲ ବିରୋଧୀ ଅଭିଯାନର ନେତୃତ୍ବ ନେଇଥିଲେ। ଅବଶ୍ୟ ଚାରୁଙ୍କ ପୂର୍ବରୁ ଅନ୍ୟଜଣେ ମହିଳା ଆଇପିଏସ୍ ସୋନାଲି ମିଶ୍ର କାଶ୍ମୀରରେ ବିଏସଏଫର ନେତୃତ୍ବ ନେଇଥିଲେ।

Comments are closed.