ବାରହା ଶିକାର ପାଇଁ ବୋମା ଫୁଟି ମହିଳା ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। ବାର୍‍ହା ଶିକାର ପାଇଁ ଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ଉକ୍ତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମହିଳା ଜଣଙ୍କ କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହି ଗାଁର ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.