୧୫ ବର୍ଷ ଧରି ଟାଲ୍କମ ପାଉଡର ଖାଉଛନ୍ତି ମହିଳା, ଖର୍ଚ୍ଚ କଲେଣି ୭.୫ ଲକ୍ଷ
ଲଣ୍ଡନ: କଥାଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ଦୀର୍ଘ ୧୫ ବର୍ଷ ଧରି ଟାଲକମ୍ ପାଉଡରକୁ ନିଜର ଖାଦ୍ୟ ରୂପେ ବ୍ୟବହାର କରିଆସୁଛନ୍ତି। ମହିଳାଙ୍କ ନାମ ହେଉଛି ଲିସା ଆଣ୍ଡରସନ ଏବଂ ତାଙ୍କ ଘର ଇଂଲଣ୍ଡର ଡେଭନ ଅନ୍ତର୍ଗତ ପେନ୍ଟନ ସହରରେ। ତେବେ ଏହା ତାଙ୍କର ସଉକ୍ ନୁହେଁ, ବରଂ ଏକ ରୋଗ, ଯାହାର ନାମ ହେଉଛି ପିକା। ଏହା ଏଭଳି ଏକ ମାନସିକ ରୋଗ ଯେଉଁଥିରେ ଆକ୍ରାନ୍ତ ବ୍ୟକ୍ତି କିଛି ଅଖାଦ୍ୟ ପଦାର୍ଥ ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।
୪୪ବର୍ଷୀୟ ଲିସାଙ୍କର ୫ ସନ୍ତାନ ଅଛନ୍ତି। ୨୦୦୪ରୁ ସେ ଏପରି ଅଭ୍ୟାସରେ ପଡ଼ିଥିବା କୁହନ୍ତି। ପିଲାମାନଙ୍କୁ ପାଉଡ଼ର ଲଗାଇ ଦେଉଥିବା ସମୟରେ ତାହାର ସୁଗନ୍ଧ ତାଙ୍କୁ ପାଉଡର ଖାଇବାକୁ ଆକୃଷ୍ଟ କରିଥିଲା। ସେବେଠାରୁ ସେ ଘରେ ଲୁଚାଇ ଲୁଚାଇ ପାଉଡର ଖାଉଛନ୍ତି। ପ୍ରତି ଅଧଘଣ୍ଟାରେ ଥରେ ସେ କିଛି ପରିମାଣର ପାଉଡର ଖାଆନ୍ତି। ଅନ୍ୟମାନଙ୍କ ସମ୍ମୁଖରେ ଖାଇପାରୁ ନ ଥିବାରୁ ଏଥିପାଇଁ ତାଙ୍କୁ ବାଥରୁମ୍ ଯିବାକୁ ପଡ଼େ। ଗୋଟିଏ ଦିନରେ ସେ ୨୦୦ ଗ୍ରାମ ପାଉଡର ଖାଇଦିଅନ୍ତି। ଦିନକୁ ସେ ଗୋଟିଏ ଥର ରାତିରେ ଖାଉଥିବାବେଳେ ପ୍ରାତଃଭୋଜନ ଏବଂ ମଧ୍ୟାହ୍ନ ଭୋଜନ ସମୟରେ ପାଉଡର ଖାଆନ୍ତି ବୋଲି ଲିସା କହିଛନ୍ତି। ଏପରି କି ପାଉଡର ବାବଦରେ ସେ ଗତ ୧୫ ବର୍ଷ ମଧ୍ୟରେ ପ୍ରାୟ ୭ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି।
ଲିସାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ତାଙ୍କଠାରେ ପିକା ରୋଗର ଲକ୍ଷଣ ଦେଖିବାକୁ ମିଳିଛି। ଏହି ରୋଗ ହେଲେ ରୋଗୀ ଖାଦ୍ୟ ଖାଇବା ବଦଳରେ ଅଖାଦ୍ୟ ଜିନିଷ ଖାଇବାକୁ ପସନ୍ଦ କରେ।
Comments are closed.