ନେଉଳିଯୋଡି ନାଳରେ ବୁଡି ବିଧବା ମହିଳା ମୃତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ସ୍ବର୍ଗତ ଅନ୍ତୁ ମୁଣ୍ଡାଙ୍କ ବିଧବା ପତ୍ନୀ ଜାନ ବେଓ୍ବା(୫୫) ଗତକାଲି ସନ୍ଧ୍ୟାରେ ବିଲକାମ ସାରି ନେଉଳଯୋଡି ନାଳରେ ଗାଧୋଉଥିବା ସମୟରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ସମୟରେ ନାଳରୁ ତାଙ୍କର ଶବ ମିଳିଥିଲା । ତୁରୁମୁଙ୍ଗା ଆରକ୍ଷୀ ସହକାରୀ ଉପ ନୀରିକ୍ଷକ ଭରତ ଚନ୍ଦ୍ର ନାଏକ ଆଜି ପାଟଣାରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇଛନ୍ତି ।

Comments are closed.