ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ବଡ଼ସିରେଇପୁର ଗାଁରେ ଯୌତୁକ ପାଇଁ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଜଣକ ବର୍ଷେ ତଳେ ବିବାହ କରିଥିଲେ। ଶାଶୁଘର ଲୋକେ ବିବାହ ପରଠାରୁ ଯୌତୁକ ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ବୁଧବାର ବାଣପୁର ଥାନାରେ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ପରେ ସମସ୍ତେ ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ବୋହୂ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଥିଲେ। ମାତ୍ର ଶାଶୁଘର ଲୋକେ ଝିଅକୁ ଜବରଦସ୍ତ ବିଷ ପିଆଇ ହତ୍ୟା କରିଥିବା ମୃତ ମହିଳାଙ୍କ ବାପଘର ଲୋକେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ମୃତ ମହିଳାଙ୍କ ସ୍ୱାମୀ, ମାଇଁ, ମାମୁଁପୁଅ ଓ ନଣନ୍ଦକୁ ଅଟକ ରଖିଛି।

Comments are closed.