କେନାଲରେ ବୁଡ଼ି ମହିଳା ମୃତ

ପାତ୍ରପୁର : ପାତ୍ରପୁର ବ୍ଳକ ପଣସ ମେଣ୍ଟୁ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ମହିଳା ପାଣି ନେବାକୁ କେନାଲକୁ ଆସି ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ମହିଳା ଜଣକ ହେଉଛନ୍ତି ପଣସ ମେଣ୍ଟୁ ଗ୍ରାମର ଗୋବିନ୍ଦ ଦଳେଇଙ୍କ ପତ୍ନୀ କୁମାରୀ (୪୦)। ସବୁଦିନ ଭଳି କୁମାରୀ ଗ୍ରାମ ଠାରୁ ଅନତି ଦୂରରେ ଥିବା ବାଘଲଟି ବାମ ପାର୍ଶ୍ୱକେନାଲକୁ ପାଣି ଆଣିବାକୁ ଯାଇଥିଲେ। ତେବ କୌଣସି କାରଣରୁ ସେ କେନାଲ ମଧ୍ୟକୁ ଖସି ପଡି ଥିଲେ । ଏହା ଜଣା ପଡିବା ପରେ ତାଙ୍କୁ ପାଣିରେ ଖୋଜ। ଖୋଜି କରି ଥିଲେ। ତେବ ତାଙ୍କର ସନ୍ଧାନ ନ ପାଇ ପାତ୍ରପୁର ଅଗ୍ନିଶମବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କର ମୃତଦେହକୁ ଉଦ୍ଧାର କରିଥିଲେ। ଖ।ରିଆଗୁଡ଼ା ଫାଣ୍ଡି ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣା ଯାଇଛି । ସେ ଜଣେ ଗରୀବ ବ୍ୟକ୍ତି ହୋଇଥିବା ବେଳେ ସରକାରୀ ସହାୟତାଯୋଗାଇ ଦେବାକୁ ଦାବି ହେଉଛି।

Comments are closed.