କୀଟନାଶକ ଖାଇ ମହିଳା ମୃତ

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡା ଗ୍ରାମର ରାଉତ ମୁଣ୍ଡାଙ୍କ ପତ୍ନୀ ସୁମିତ୍ରା ବଦ୍ରା(୩୦)ଙ୍କର ଆଜି ଅପରାହ୍ନରେ ପାଟଣା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୁମିତ୍ରାଙ୍କୁ ସଂକଟାପନ୍ନ ଅବସ୍ଥାରେ ଅପରାହ୍ନ ଗୋଟାଏ ବେଳେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କୀଟନାଶକ ଖାଇ ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏନେଇ ଡାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଛି। ସନ୍ଧ୍ୟା ହୋଇଯିବାରୁ ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କୁହାଯାଇଛି।

Comments are closed.