ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ମୁଖୀଗୁଡା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଟେଲରେସ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ମହିଳାଙ୍କ ମୃତ ଦେହ ମଙ୍ଗଳପୁର ନିକଟ ହାତୀ ନଦୀ କୂଳରୁ ଉଦ୍ଧାର କରାଯାଇଛି ।
ଶୁକ୍ରବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ଜୁନାପାନି ଗ୍ରାମର ପାନମତି
ମାଝୀ (୫୨) ଟେଲରେସ କେନାଲକୁ ଗାଧୋଇ ବାକୁ ଯାଇ
ଆଉ ଫେରି ନଥିଲେ। ଆଜି ପୂର୍ବାହ୍ନରେ ମଙ୍ଗଳପୁର ନିକଟ ହାତୀ ନଦୀ କୂଳରେ ଏକ ମହିଳାଙ୍କ ମୃତଦେହ ଦେଖିବାକୁ ମିଳିଥିଲା ଜୟପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତା ପାନମତିଙ୍କ ପୁଅ ତାଙ୍କ ମାଙ୍କ ଶବ ବୋଲି ଚିହ୍ନଟ କରିବା ପରେ ଅପରାହ୍ଣରେ ଜୟପାଟଣା ଡ଼ାକ୍ତର ଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରଵର୍ଗଙ୍କୁ ହସ୍ତାନ୍ତର କରା ଯାଇଛି।