ନିଖୋଜଥିବା ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର .- ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ସାହୁ ବୋଲି ଜଣା ପଡିଛି । ସେ ଶୁକ୍ରବାରଠାରୁ ନିଖୋଜ ଥିଲେ । ମହିଳାଙ୍କ ଘର ଗୋଳନ୍ଥରା ଅଞ୍ଚଳରେ । ତଳପଡାରେ ଥିବା ଏକ କାଜୁ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ ୧୦ ଅଧିକ ସ୍ଥାନରେ ଛୁରି ଭୁଷା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଲକ୍ଷ୍ମୀ ସାହୁ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏସ୍‌ଡିପିଓ ଉତ୍କଳ କେଶରୀ ଦାସ ଓ ଆଇଆଇସି ସୁନୀଲ ବେହେରା ଘଟଣାର ତଦନ୍ତ କରୁଛନ୍ତି ।

Comments are closed.