ରୋଷେଇ କରୁଥିଲେ ମହିଳା, ନିଆଁ ଲାଗି ଜୀବନ୍ତ ଜଳିଗଲେ

ଭଦ୍ରକ: ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଜଳିଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ମହିଳାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗ୍ରାମରେ ବୁଧବାର ସକାଳୁ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁସାରେ, ସେରପୁର ଗାଁର ସରୋଜିନୀ ପରିଡ଼ା ସକାଳୁ ରୋଷେଇ କରୁଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ତାହା ଫାଟିଯାଇଥିଲା। ଘଟଣା ସ୍ଥଳରେ ସରୋଜିନୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସ୍ୱାମୀ ଅନ୍ତର୍ଯ୍ୟାମୀ ପରିଡ଼ା ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଭଦ୍ରକରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ସହିତ ଆହତ ଅନ୍ତର୍ଯ୍ୟାମୀଙ୍କୁ ତିହିଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିଯାଇଥିବାବେଳେ ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି।

Comments are closed.