ବିଲେଇ କାମୁଡା ପରେ ଡାକ୍ତରଖାନାରେ ଇଂଜେକସନ୍‌ ପାଇଁ ଅପେକ୍ଷା କରିଥିବା ମହିଳାଙ୍କୁ କାମୁଡିଦେଲେ କୁକୁର

ଥୁରୁଭାନନ୍ତପୁରମ – ବିଲେଇ କାମୁଡି ଦେବା ପରେ ଡାକ୍ତରଖାନାରେ ଇଂଜେକସନ୍‌ ନେବାକୁ ଯାଇଥିବା ମହିଳାଙ୍କୁ କାମୁଡି ଦେଲା କୁକୁର । ଏହି ଘଟଣା କେରଳର ଭିଜିନାଝାମ୍‌ରେ ଘଟିଛି ।

ଅପର୍ଣ୍ଣା ନାମକ ମହିଳାଙ୍କୁ ବିଲେଇ କାମୁଡି ଦେଇଥିଲା । ସେ ଏକ ସରକାରୀ ଡାକ୍ତରଖାନାରେ ରାବିଜ୍‌ ଟିକା ନେବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଗୋଟିଏ କୁକୁର ତାଙ୍କୁ କାମୁଡି ଦେଇଥିଲା । ସେ ଏକ ବେଂଚ ଉପରେ ବସିଥିବା ବେଳେ ତା ତଳେ ଥିବା କୁକୁର ତାଙ୍କ ଗୋଡକୁ କାମୁଡି ଧରିଥିଲା । ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ କୌଣସି ଚିକିତ୍ସା ଯୋଗାଇ ନଥିଲେ । ପରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ସାବୁନ୍‌ରେ କାମୁଡା ସ୍ଥାନକୁ ସଫା କରିଥିଲେ ।

ସେଠାରୁ ୧୫ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତରକରାଯାଇଥିଲେ । ସେଠାରେ ଅପର୍ଣ୍ଣାଙ୍କ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।

Comments are closed.