ରାଜଧାନୀରେ ମହିଳାଙ୍କୁ ମାଡ଼ ଘଟଣା : ୨ ଯୁବକ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୁଧବାର ଜଣେ ମହିଳାଙ୍କୁ ଏକାଧିକ ଯୁବକ ମାଡ଼ ମାରିବା ଘଟଣାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଉଲ୍ଲେଖ ଯୋଗ୍ୟ, ଜଣେ ମହିଳାଙ୍କୁ କିଛି ଯୁବକ ଜମିବାଡ଼ି ଘଟଣାକୁ କେନ୍ଦ୍ର କରି ଦିବାଲୋକରେ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ମହିଳା ଜଣକ ରାସ୍ତାରେ ଯାଉଥିବାବେଳେ କେତେଜଣ ବ୍ୟକ୍ତି ତାଙ୍କୁ ଅଟକାଇ ପ୍ରଥମେ ଠେଲାପେଲା କରିବା ସହିତ ମାଡ଼ ମାରିଥିଲେ। ଜଣେ ବ୍ୟକ୍ତି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୋଇଠା, ବିଧା ମାରିଥିଲେ। ସେହିବାଟେ ଅନେକ ଲୋକ ଯାତାୟାତ କରୁଥିଲେ ହେଁ କେହି ସେମାନଙ୍କୁ ଅଟକାଇବା ବଦଳରେ ନୀରବଦ୍ରଷ୍ଟା ସାଜିଥିଲେ।

Comments are closed.