ଦିଲ୍ଲୀ ବିମାନ ବନ୍ଦରରେ ପାଓ୍ୱାରବ୍ୟାଙ୍କ ଫିଙ୍ଗି ମହିଳା ଗିରଫ, ଫିଙ୍ଗିବାପରେ ଏଥିରେ ହୋଇଥିଲା ବିସ୍ଫୋରଣ

0

ନୂଆଦିଲ୍ଲୀ.-  ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫୋନ୍‌ ଚାର୍ଜ କରିବାପାଇଁ ବ୍ୟବହାର କରାଯାଉଥିବା  ପାଓ୍ୱାର ବ୍ୟାଙ୍କ ଫିଙ୍ଗିବାରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ମାଳବିକା ତିଓ୍ୱାରିଙ୍କ ବ୍ୟାଗ୍‌ରେ ଏହି ପାଓ୍ୱାର ବ୍ୟାଙ୍କ ଟି ଥିଲା । ସୁରକ୍ଷା ଯାଞ୍ଚ ସମୟରେ ଏହାକୁ କାଢି ଦେବା ପାଇଁ ସୁରକ୍ଷା କର୍ମୀମାନେ କହିଥିଲେ । ମାତ୍ର ସେ  ରାଗିଯାଇ ପାଓ୍ୱାରବ୍ୟାଙ୍କଟିକୁ କାନ୍ଥ ଉପରକୁ ଫିଙ୍ଗି ଦେଇଥିଲେ। ଏହାପରେ ଏଥିରେ ବିସ୍ଫୋରଣ ହୋଇଥିଲା।  କେନ୍ଦ୍ରୀୟ ସୁରକ୍ଷା  ବଳର ଜବାନଙ୍କସହ ସେଠାରେ ଉପସ୍ଥିତ ଥିବା ଲୋକ ଏହାକୁ ହ୍ୟାଣ୍ଡ ଗ୍ରୀନେଡ୍‌ ବୋଲି ଭାବିଥିଲେ । ପରେ କେନ୍ଦ୍ରୀୟ ସୁରକ୍ଷା ବଳର ପକ୍ଷରୁ ତାଙ୍କୁ ଅଟକ ରଖାଯାଇଥିଲା । ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା ।

ଗିରଫ ହୋଇ ଥାନାକୁ ଯିବା ପରେ ମାଳବିକା ତାଙ୍କକାମ ପାଇଁ କ୍ଷମା ମାଗିଥିଲେ । ସେ କ୍ଷମା ପ୍ରାର୍ଥନ କରିବା ଯୋଗୁଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

Leave A Reply