ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ

ବେଗୁନିଆ : ବେଗୁନିଆ ଥାନା ଗେଡ଼ିଆପଲ୍ଲୀ ପଂଚାୟତ ଅନ୍ତର୍ଗତ ଶାମୁକାପାଟଣା ଗ୍ରାମରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବେଗୁନିଆ ପୁଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଗ୍ରାମର ଗଣେଶ୍ୱର ଦେହୁରୀଙ୍କ ପତ୍ନୀ ଜିନୁ ଦେହୁରୀ ଗତ ୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଘରେ ବସି ଟିଭି ଦେଖୁଥିବାବେଳେ ସମ୍ପୃକ୍ତ ଗ୍ରାମର ଆକୁଳ ନାହାକଙ୍କ ପୁଅ ବୁଲୁ ନାହାକ ସେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ମହିଳା ଜଣକ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୪/୨୧ନଂ କେଶ ରୁଜୁ କରି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ବୁଲୁକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.