ବନ୍ଦ ହେଲା ବିଶ୍ଵର ସବୁଠୁ ବଡ଼ ଟ୍ରାଭେଲ କମ୍ପାନୀ, ସଙ୍କଟରେ ୨୨ ହଜାର କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ବଡ଼ ଟ୍ରାଭେଲ କମ୍ପାନୀ ଭାବେ ଜଣାଶୁଣା ‘ଟମାସ କୁକ୍‌’ ବନ୍ଦ ହୋଇଯାଇଛି। ୧୭୮ ବର୍ଷ ପୁରୁଣା ଏହି ବ୍ରିଟିଶ ଟୁର୍‌ ଅପରେଟର କମ୍ପାନୀକୁ ରବିବାର ରାତିରେ ବନ୍ଦ କରିଦିଆଯାଇଛି। କମ୍ପାନୀ ଦୀର୍ଘବର୍ଷ ଧରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲା। ଏହାକୁ ବନ୍ଦ କରିବା ଛଡ଼ା ଅନ୍ୟ କୌଣସି ବାଟ ନ ଥିଲା ବୋଲି କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ଏକ ବିବୃତି ଦିଆଯାଇଛି।

ଅନ୍ୟପଟେ କମ୍ପାନୀ ବନ୍ଦ ହେବା ଫଳରେ ୨୨ ହଜାର କର୍ମଚାରୀଙ୍କ ଚାକିରି ସଙ୍କଟରେ ପଡ଼ିଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୯ ହଜାର କର୍ମଚାରୀ ବ୍ରିଟେନର। କମ୍ପାନୀ ବନ୍ଦ ହେବା ପରେ କେବଳ କର୍ମଚାରୀ ନୁହନ୍ତି, ଗ୍ରାହକ, ସପ୍ଲାୟର ଏବଂ କମ୍ପାନୀର ଭାଗିଦାରିମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ଟମାସ୍‌ କୁକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପିଟର ଫାଙ୍କ୍‌ହାଜର ଗ୍ରାହକ, ସପ୍ଲାୟର୍ସ, କର୍ମଚାରୀ ଏବଂ ଭାଗିଦାରିମାନଙ୍କୁ କ୍ଷମା ମାଗିଛନ୍ତି।

Comments are closed.