ବିଶ୍ୱର ପ୍ରଥମ ଛାତ ଉପର ମୁକ୍ତାକାଶ ପ୍ରେକ୍ଷାଳୟ

ମୁମ୍ବଇ: ବିଶ୍ୱର ପ୍ରଥମ ଛାତ ଉପର ମୁକ୍ତାକାଶ ପ୍ରେକ୍ଷାଳୟରେ ମୁମ୍ବଇରେ ଉଦଘାଟିତ ହେବାକୁ ଯାଉଛି । ଯେଉଁଠାକୁ ଦର୍ଶକମାନେ ସେମାନଙ୍କ ଗାଡି ଚଳାଇ ଯିବା ସହିତ ନିଜ ଗାଡିରେ ବସି ଚଳଚ୍ଚିତ୍ର ଉପଭୋଗ କରିପାରିବେ । ରିଲାଏନ୍ସ ପକ୍ଷରୁ ଏଠାରେ ସ୍ଥାପନ କରାଯାଇଥିବା ପ୍ରିମିୟମ ସପିଙ୍ଗ ମଲ୍‌ ‘ଜିଓ ୱାର୍ଲଡ ଡ୍ରାଇଭ’ରେ ଏହି ସୁବିଧା ଉପଲବ୍ଧ ହେବ । ଚଳିତ ମାସ ୫ ତାରିଖରେ ଏହା ଉଦଘାଟିତ ହେବାକୁ ଯାଉଛି । ଏହାକୁ ପିଭିଆର ପରିଚାଳନା କରୁଛି ଏବଂ ଛାତ ଉପରେ ଏକ ସମୟରେ ୨୯୦ଟି କାରରେ ଦର୍ଶକମାନେ ବସି ଚଳଚ୍ଚିତ୍ର ଦେଖିବା ବ୍ୟବସ୍ଥା କରାଯାଇଛି । ମୁମ୍ବଇ ମହାନଗରୀରେ ମଧ୍ୟ ଏହା ସର୍ବବୃହତ ଚଳଚ୍ଚିତ୍ର ପରଦା ବୋଲି ଜଣାଯାଇଛି ।

Comments are closed.