ବିଷ ପିଇ ଜୀବନ ହାରିଲେ ବିଧବା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ପଞ୍ଚାୟତ ଦାସପଡା ଗ୍ରାମର ସଜନୀ ନାଏକ (୫୦) ନାମକ ଜଣେ ବିଧବା ମହିଳା ବିଷପିଇ ଆତ୍ମହତ୍ୟା କରିଛନ୍ନ୍ତି। ସେ ବିଷ ପିଇଦେବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପାଟଣା ମେଡିକାଲ ରେ ମୃତ୍ୟୁ ଘଟିଛି। ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ସଜନୀ ନାଏକ ଙ୍କର ପୁଅ ଓ ବୋହୁ ଘରେ ନଥିବା ବେଳେ ସେ ଏକୁଟିଆ ଥିଲେ । ତାଙ୍କ ପୁଅ ଇନ୍ଦ୍ରମଣୀ ନାଏକ ଘରକୁ ଆସି ଦେଖିବା ବେଳକୁ ତାଙ୍କ ମା ସଜନୀ ଅସୁସ୍ଥ ହୋଇପଡିଥିଲେ। ସେ ବିଷ ପିଇଥିବା ଜାଣିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କୁ ଆଣି ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ ‌। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପାଟଣା ପୁଲିସ ମେଡିକାଲ ରେ ପହଞ୍ଚି ଶବ କୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed.