୩ ବର୍ଷ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକ

ପାଣ୍ଠି ବଢ଼ିଛି ୨୦୦ କୋଟିକୁ;କରୋନା ମୁକାବିଲା ପାଇଁ ୨୫କୋଟି ବିନିଯୋଗ

-ପ୍ରସ୍ତୁତି ପଥେ ‘ଭିଜନ ଡକ୍ୟୁମେଣ୍ଟ-୨୦୨୫’, -ଉଠିଲା ମୁଖ୍ୟାଳୟ ସ୍ଥାନାନ୍ତର ଓ ଖେଲୋ-ଇଣ୍ଡିଆ ପାଣ୍ଠି ବିନିଯୋଗ ପ୍ରସଙ୍ଗ

ଭୁବନେଶ୍ବର : ଦୀର୍ଘ ୩ ବର୍ଷ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୁତ ଏହି ବୈଠକରେ ୫୭ତମ ବୈଠକର ବିବରଣୀକୁ ଅନୁମୋଦନ କରାଯିବା ସହ ‘ଭିଜନ ଡକ୍ୟୁମେଣ୍ଟ-୨୦୨୫’ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ଏହି ଭିଜନ ଡକ୍ୟୁମେଣ୍ଟରେ ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟ, ଶିକ୍ଷା,ଶିଳ୍ପ ଭିତ୍ତିଭୂମି ବିକାଶ କିଭଳି ତ୍ବରାନ୍ବିତ ହୋଇପାରିବ ତା’ ଉପରେ ଗୁରୁତ୍ବ ଦିଆଯିବ। ୨୦୨୫ ଭିଜନ ଡକ୍ୟୁମେଣ୍ଟକୁ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଚୂଡାନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନାବରଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ ପରିଷଦ କାର୍ଯ୍ୟ କରୁଥିବା ୧୧ଟି ଜିଲାରେ ତା’ର କ୍ଷେତ୍ର କାର୍ଯ୍ୟାଳୟରେ କାର୍ଯ୍ୟାରମ୍ଭ କରିଛି। ଏଗୁଡ଼ିକୁ ଅଧିକ ମାନବସମ୍ବଳଯୋଗାଇ କିପରି ତା’ର କାର୍ଯ୍ୟଧାରାକୁ ଅଧିକ ଗତିଶୀଳ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏଥିଲାଗି ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ନିଯୁକ୍ତି ପାଇଁ ସ୍ଥିର ହୋଇଛି। ଏହାସହ କେଉଁ ଜିଲାପାଳ ଆଞ୍ଚଳିକ କାର୍ଯ୍ୟାଳୟ ଦାୟିତ୍ୱରେ ରହିଛନ୍ତି ଏବଂ ସେମାନେ ପ୍ରତି ସପ୍ତାହରେ ଥରେ କାର୍ଯ୍ୟାଳୟକୁ ଆସିବା ସହିତ ବିକାଶ କାର୍ଯ୍ୟର ସମୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପଶ୍ଚିମାଞ୍ଚଳ ଜିଲାଗୁଡ଼ିକରେ ସମ୍ପୂର୍ଣ୍ଣ ହୋଇ ନଥିବା ପ୍ରକଳ୍ପର ତାଲିକା ସଂପୃକ୍ତ ସାଂସଦ ଓ ବିଧାୟକମାନଙ୍କୁ ଦେବାକୁ ବୈଠକରେ କୁହାଯାଇଛି। ପୂର୍ବରୁ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହୀରାକୁଦଠାରେ ଏକ ‘ଚିଲିଂ ପ୍ଲାଣ୍ଟ’ ନିର୍ମାଣ ସକାଶେ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ବୈଠକରେ ଆଲୋଚନା ହେବା ସହିତ ଦେବଗଡ଼ ବିଧାୟକ ଦେବଗଡ଼ରେ ଇକୋ-ଟୁରିଜିମ୍‌କୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଇନ୍ଦ୍ରାବତୀ ଜଳଭଣ୍ଡାରଠାରେ ‘କେଜ୍‌ କଲଚର୍‌’ ଯୋଗେ ମାଛଚାଷ କରିବାକୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ପ୍ରସ୍ତାବ ରଖିଥିଲେ। ଖଡ଼ିଆଳ ବିଧାୟକ ମହେନ୍ଦ୍ରତନୟାଠାରେ ପର୍ଯ୍ୟଟନର ବିକାଶ କରିବାକୁ ଅନୁରୋଧ ରଖିଥିଲେ। ବରଗଡ଼ ସାଂସଦ ବରଗଡ଼ଠାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ଖେଲୋଇଣ୍ଡିଆର ପାଣ୍ଠିକୁ ବିନିେଯାଗ ପାଇଁ ପ୍ରସ୍ତାବ ରଖିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟାଳୟକୁ ସ୍ଥାନାନ୍ତର ନେଇ ବୈଠକରେ ସରଗରମ ହୋଇଥିଲା। ଏନେଇ ଦୀର୍ଘସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍ପତ୍ତି ହୋଇପାରି ନଥିଲା। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପରିଷଦର ବଜେଟ୍‌ ୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଦର୍ଶାଇ କରୋନା ମୁକାବିଲା ସକାଶେ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି ପାଇଁ ଅତିରିକ୍ତ ଭାବେ ୨୫ କୋଟି ଟଙ୍କା ସରକାର ପ୍ରଦାନ କରିଥିବା ଦର୍ଶାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପ୍ରକାରେ ପରିଷଦ ଲୋୟର ଶୁକତେଲ ଭଳି ପ୍ରକଳ୍ପର ପୁନରୁଦ୍ଧାର କରିଥିବା କହିଥିଲେ। ଭିଜନ ଡକ୍ୟୁମେଣ୍ଟ-୨୦୨୫ ଏକ ଅଭିନବ ଏବଂ ଆବଶ୍ୟକ ଦସ୍ତାବିଜ୍‌ ବୋଲି ବରଗଡ଼ ସାଂସଦ କହିବା ସହ ଏହା ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସହଯୋଗ ପ୍ରଦାନ କରିବ ବୋଲି କହିଥିଲେ। ବୈଠକ ପରେ ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଥିଲେ ଯେ ପଶ୍ଚିମ ଓଡିଶାବାସୀ ଯେଉଁ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ଗଠନର ସ୍ବପ୍ନ ଦେଖିଥିଲେ, ଏହା ସେହି ବିକାଶ ପରିଷଦ ନୁହେଁ। ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେବାର ୨ ଦଶନ୍ଧିରୁ ଅଧିକ ସମୟ ହେଲାଣି। କାହିଁକି ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡିଶାର ଏକ ଜିଲାକୁ ସ୍ଥାନାନ୍ତରିତ ହୋଇପାରୁନାହିଁ ? ପଶ୍ଚିମାଞ୍ଚଳର ବିକାଶ ପାଇଁ ବର୍ଷକୁ ଏକ ଶହ(୧୦୦) କୋଟି ଟଙ୍କା ପର୍ଯ୍ୟାପ୍ତ ନୁହେଁ । ପଶ୍ଚିମ ଓଡିଶାବାସୀଙ୍କ ସ୍ବପ୍ନ ଥିଲା ଯେଉଁ ବିକାଶ ପରିଷଦ ଗଠନ ହେବ ତାହା ସ୍ବଂୟଶାସିତ ହେବ । ବିଧାୟକ କିଶୋର ମହାନ୍ତି, ବିଧାୟକ ରୋହିତ ପୂଜାରୀ, ବିଧାୟକ ସୁବାସ ପାଣିଗ୍ରାହୀ, ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ଅଜିତ ମିଶ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର

Comments are closed.