ଜାମ୍ମୁ ଓ କାଶ୍ମୀର ବିଡିସି ନିର୍ବାଚନ : ମନୋନୟନ ପତ୍ର ପ୍ରତ୍ୟାହାର ଶେଷ, ୨୪ରେ ମତଦାନ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ୩୧୦ଟି ବ୍ଲକ ଉନ୍ନୟନ ପରିଷଦ ଅଧ୍ୟକ୍ଷ ପଦ(ବିଡିସି) ନିର୍ବାଚନ ସକାଶେ ଶୁକ୍ରବାର ମନୋନୟନ ପତ୍ର ପ୍ରତ୍ୟାହାର ଶେଷ ହୋଇଛି । ଗୁରୁବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଥିଲା।

ଆସନ୍ତା ୨୪ତାରିଖ ଦିନ ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ ହେବ ଏବଂ ସେହିଦିନ ଅପରାହ୍ଣ ୩ଟାରୁ ଭୋଟଗଣତି କରାଯିବ। ରାଜ୍ୟରେ ଦୁଇସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା  ପାଇଁ ନିର୍ବାଚନ ପ୍ରକ୍ରିୟା ନଭେମ୍ବର ମାସ ୫ ତାରିଖରେ ଶେଷ ହେବ। ୩୧୦ଜଣ ପଞ୍ଚାୟତ ସମିତି ପରିଷଦ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରିବା ପାଇଁ ବିଭିନ୍ନ ଦଳର ୨୬ହଜାର ୬୨୯ଜଣ ପଞ୍ଚ ଓ ସରପଞ୍ଚ ଭୋଟ ଦେବେ।

Comments are closed.