ଦୃଢ଼ ମନୋବଳ, ଧୈର୍ଯ୍ୟ ବଳରେ ଆମେ ଜିତିପାରିଲୁ: କୋହଲି

ଚେନ୍ନଇ: ଇଂଲଣ୍ଡକୁ ୨ୟ ଟେଷ୍ଟମ୍ୟାଚ୍‌ରେ ପରାସ୍ତ କରିଛି ଭାରତୀୟ ଦଳ। ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ପ୍ରଥମ ଟେଷ୍ଟରେ ପରାସ୍ତ ହେବା ସତ୍ତ୍ବେ ଦୃଢ଼ ମନୋବଳ ଓ ଧୈର୍ଯ୍ୟ ବଳରେ ଭାରତୀୟ ଦଳ ୨ୟ ଟେଷ୍ଟ ମ୍ୟାଚ୍‌ ଜିତିଛି ୨ୟ ଟେଷ୍ଟ ମ୍ୟାଚ୍‌ ପିଚ୍‌ ସ୍ପିନରଙ୍କୁ ସୁହାଇବାକୁ ନେଇ ଏହି ପିଚ୍‌କୁ ଅନେକ ପୂର୍ବତନ କ୍ରିକେଟର୍‌ ସମାଲୋଚନା କରିଥିଲେ। ତେବେ ଏପରି ସମାଲୋଚନାକୁ ନାପସନ୍ଦ କରିଛନ୍ତି କୋହଲି। ପିଚ୍‌ରେ ବଲ୍‌ ସ୍ପିନ୍‌ କରୁଥିଲା ସତ; ହେଲେ ତାହାକୁ ନେଇ ଭାରତୀୟ ବ୍ୟାଟସମ୍ୟାନ୍‌ମାନେ ଆଦୌ ବିଚଳିତ ହୋଇନଥିଲେ।

ଦୃଢ଼ ମବୋବଳ ଓ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂକରି ଭାରତୀୟ ବ୍ୟାଟସମ୍ୟାନ୍‌ ଏପରି ପିଚ୍‌ରେ କିପରି ବ୍ୟାଟିଂ କରିବାକୁ ହୁଏ; ତାହା ଜଣାଇ ଦେଲେ। ସେହିପରି ଭାରତୀୟ ସ୍ପିନରମାନେ ପିଚ୍‌ର ଉପଯୁକ୍ତ ବ୍ୟବହାର କରି ସଫଳତା ପାଇବା ସହ ଦଳକୁ ବିଜୟୀ କରାଇବାରେ ନିଜ ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ କରିଥିଲେ ବୋଲି କୋହଲି ସ୍ପଷ୍ଟ କରି ଦେଇଛନ୍ତି। ପ୍ରଥମ ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡ଼ିୟମ ବାରଣ କରାଯାଇଥିବା ବେଳେ ଦ୍ବିତୀୟ ଟେଷ୍ଟରେ ଦର୍ଶକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇବାରେ ବେଶ୍‌ ସହାୟକ ହୋଇଥିଲା ବୋଲି କୋହଲି ମତ ଦେଇଥିଲେ। ସେହିପରି ୱିକେଟ ରକ୍ଷକ ଭାବେ ପନ୍ତ୍‌ ନିଜ ପ୍ରଦର୍ଶନରେ ଢ଼େର ଉନ୍ନତି ଆଣି ପାରିଥିବାରୁ କୋହଲି ତାଙ୍କୁ ଉଚ୍ଚପ୍ରଶଂସା କରିଛନ୍ତି। ପନ୍ତ୍‌ କଠିନ ପରିଶ୍ରମ କରି ନିଜ ୱିକେଟ ରକ୍ଷଣରେ ଉନ୍ନତି ଆଣିପାରିଥିବା କୋହଲି କହିଛନ୍ତି।

Comments are closed.