ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ:ଗୁଣିଗାରେଡ଼ି ସନ୍ଦେହ

0

ବ୍ରହ୍ମପୁର: ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କୁମ୍ଭାରପଲ୍ଲୀ ଅଞ୍ଚଳରେ ବୃଦ୍ଧ ଦମ୍ପତି ଆକ୍ରମଣର ଶିକାର ହୋଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ବୃଦ୍ଧ ଦମ୍ପତି ଘରେ ପୂଜାର୍ଚ୍ଚନା କରୁଥିବା ବେଳେ ଲୋକମାନେ ଘରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧି ଦମ୍ପତିଙ୍କୁ ଉଦ୍ଧାର କରିଛି। ଛତ୍ରପୁର ନିକଟ ସିନ୍ଦୁରପୁର ଗାଆଁ ରୁ ଆସି କୁମ୍ଭାରପଲ୍ଲୀରେ ଗତ ୬ ମାସ ହେଲା ଏହି ଦମ୍ପତି ଭଡ଼ାରେ ରହୁଥିବା ଜଣାପଡ଼ିଛି

Comments
Loading...