ଶୀତ ଦିନେ ତ୍ଵଚାର ଯତ୍ନ ପାଇଁ ସବୁଠୁ ଶସ୍ତା ଓ ସହଜ ଉପାୟ

0

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇ ଯାଇଛି । ଶୀତରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି କିନ୍ତୁ ତ୍ଵଚାର ଯତ୍ନ ନେବା ଭୁଲି ଯାଆନ୍ତି । ଫଳରେ ତ୍ଵଚା ରୁକ୍ଷ ହେବା ସହ କୋମଳତା ନଷ୍ଟ ହୋଇଥାଏ । ଆପଣ ନଡିଆ ତେଲ ବ୍ୟବହାର କରି ତ୍ଵଚାର ରୁକ୍ଷତା ଦୂର କରିବା ସହ ସୁନ୍ଦର ଓ କୋମଳ ତ୍ଵଚା ପାଇ ପାରିବେ ।

୧. ରାତିରେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ଲଗାନ୍ତୁ । ଏହା ଲିପ୍ ବାମ୍ ପରି କାମ କରିଥାଏ । ଦେଖିବେ ସକାଳୁ ଓଠ ନରମ ହେବା ସହ ନମନୀୟ ହୋଇଥାଏ । ଆପଣ ଚାହିଁଲେ ଦିନରେ ମଧ୍ୟ ଲଗାଇ ପାରିବେ ।

୨. ମେକଅପ୍ ଛଡାଇବା ପାଇଁ ସବୁଠୁ ସହଜ ଓ ସସ୍ତା ଉପାୟ ହେଉଛି ନଡିଆ ତେଲ । ନଡିଆ ତେଲକୁ ଆପଣ ମେକଅପ୍ ରିମୁଭର ଭଳି ବ୍ୟବହାର କରିପାରିବେ । ଏହା ଦ୍ବାରା ମେକଅପ୍ ଭଲ ଭାବରେ ଛାଡିବା ସହ ତ୍ଵଚାର ରୁକ୍ଷତା ଦୂର ହୋଇଥାଏ । ଏହା ତ୍ଵଚାରେ ମଶ୍ଚରାଇଜର୍ ପରି କାମ ଦିଏ ।
୩. ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଲଗାଇଲେ ତ୍ଵଚାରୁ କଳା ଦାଗ ଦୂର ହୋଇଥାଏ । ଏହି ମିଶ୍ରଣକୁ ନିୟମିତ ଆଣ୍ଠୁ ଓ କହୁଣୀରେ ଲଗାଇଲେ କଳାଦାଗ ଦୂର ହୋଇଥାଏ ।
୪. ନେଡିଆ ତେଲକୁ ଆପଣ ବଡି ଲୋଶନ ପରି ମଧ୍ୟ ବ୍ୟବହାର କରିପାରିବେ । ପ୍ରତିଦିନ ଗାଧୋଇ ସାରି ଦେହରେ ନଡିଆ ତେଲ ମାଲିସ କରନ୍ତୁ । ନେଡିଆ ତେଲ ଏସପିଏଫ ଯୁକ୍ତ ହୋଇ ଥିବାରୁ ଏହା ରୌଦ୍ର ଦାହ(ସନ୍ ବର୍ଣ୍ଣ) ରୁ ରକ୍ଷା କରେ ।

Leave A Reply