ମଙ୍ଗଳବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ; ଆସନ୍ତାକାଲି ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ଅଧିବେଶନ କାଳରେ ୨୦ଥର ବୈଠକ ବସିବ । ରାଜ୍ୟସଭାରେ ୮ଟି ଓ ଲୋକସଭାରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତାବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେବ ସଂସଦର ଶେଷ ଓ ପୂର୍ଣ୍ଣାଙ୍ଗ ଅଧିବେଶନ। ଅଧିବେଶନ ପୂର୍ବରୁ ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସହଯୋଗ କରିବା ନିମନ୍ତେ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି।
ଅନ୍ୟ ପକ୍ଷରେ ବିରୋଧୀଦଳ ଗୁଡିକ ସରକାରଙ୍କୁ ଘେରିବା ପାଇଁ ରଣ କୌଶଳ ଉପରେ ଆଲୋଚନା କରିବା ସକାଶେ ମଧ୍ୟ ଭିନ୍ନ ଭିନ୍ନ ବୈଠକ ଡକାଇଛନ୍ତି।

Leave A Reply