ଶୀତକାଳୀନ ଅଧିବେଶନ ଶେଷ : ଉଭୟ ସଦନ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଛି । ଉଭୟ ସଦନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।
ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି ଏହି ଅଧିବେଶନ କାଳରେ ଗୃହ ୧୩୦ ଘଣ୍ଟା ଓ ୪୫ ମିନିଟ ପାଇଁ କାର୍ଯ୍ୟ କରିଛି । ଗୃହ କାର୍ଯ୍ୟ ସମ୍ପାଦନ ହାର ୧୧୫ ପ୍ରତିଶତ ହୋଇଛି । ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଲ୍‍ ଗୃହର ଅନୁମୋଦନ ଲାଭ କରିବା ସହ ଅନେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।
ସେହିପରି ରାଜ୍ୟସଭାରେ ନିଜର ଉଦଯାପନ ଉଦବୋଧନରେ ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ କହିଛନ୍ତି, ଏହି ଅଧିବେଶନ କାଳରେ ଗୃହ କାର୍ଯ୍ୟ ସମ୍ପାଦନ ହାର ଶତ ପ୍ରତିଶତ ରହିଛି ଓ ୧୫ଟି ଗରୁତ୍ୱପୂର୍ଣ୍ଣ ବିଲ୍‍ ଗୃହର ଅନୁମୋଦନ ଲାଭ କରିଛି । ବିଭିନ୍ନ ଦିବସରେ ହଟ୍ଟଗୋଳ ଯୋଗୁଁ ୧୧ ଘଣ୍ଟାରୁ ଅଧିକ ନଷ୍ଟ ହୋଇଛି।
ଅନ୍ୟପକ୍ଷରେ ଉଭୟ ସଦନ ପକ୍ଷରୁ ସଂସଦ ଭବନ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Comments are closed.