ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଗୃହ ମୁଲତବୀ

0

ନୂଆଦିଲ୍ଳୀ : ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଚାଲିଥିବା ବେଳେ ଅନ୍ୟପକ୍ଷରେ ଦିଲ୍ଲୀ ସଂସଦର ଶୀତକାଳୀନ ଅଧିକବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଶୀତକାଳୀନ ଅଧିବେଶନରେ ଦିବ୍ୟଗଂତ ବିଶିଷ୍ଟ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଥିବା ଶୋକ ପ୍ରସ୍ତାବ ପରେ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ସରକାର ଦିବ୍ୟଗଂତ ବିଶିଷ୍ଟ ବ୍ୟକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ, କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର, ତାମିଲନାଡ଼ୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି, ପୂ. ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା ଓ ପୂ. ଲୋକସଭା ଅଧ୍ୟକ୍ଷ ସୋମନାଥ ଚାଟାର୍ଜୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡ଼ୁ ଦିବ୍ୟଂଗତ ନେତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ପରେ ଗୃହରେ ସ୍ୱର୍ଗୀୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଶୋକ ପ୍ରସ୍ତାବ ପରେ ଉଭୟ ଗୃହରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ଉଭୟ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

Leave A Reply