MEllora 950×100

ଶୁଷ୍କ ତ୍ବଚାରୁ ରକ୍ଷା

ଶୀତଦିନେ ଶୁଷ୍କ ତ୍ବଚା ଏକ ମୁଖ୍ୟ ସମସ୍ୟା। ଏଣୁ ତ୍ବଚାର ଯତ୍ନ ନେବା ପାଇଁ କେତେପ୍ରକାର ଘରୋଇ ପ୍ୟାକ୍ ଲଗଇପାରିବେ ନଚେତ୍ ବିଭିନ୍ନ ପ୍ରକାର ପାନୀୟ ପିଇପାରିବେ । ସେଇଭଳି ପାନୀୟ ହେଲା:

ତ୍ବଚାକୁ ଉଜ୍ଜଳ କରୁଥିବା ହଳଦି ଖିରରେ ମିଶାଇ ମଧ୍ୟ ପିଇପାରିବେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ତ୍ବଚା ଶୁଷ୍କ ହେବାକୁ ଦେଇନଥାଏ।
ଚା’ରେ ଅଦା ରସ, ଗୁଜୁରାତି ଗୁଣ୍ଡ, ଡାଲଚିନି ଗୁଣ୍ଡ ମିଶାଇ ପିଇଲେ, ତାହା ତ୍ବଚାକୁ ପୋଷଣ ଦିଏ ଓ ତ୍ବଚା ଶୁଷ୍କ ହୁଏନି।
ଶୀତଦିନେ ସପ୍ତାହକୁ ୨-୩ଥର ଗରମାଗରମ ସୁପ୍ ପିଇବାକୁ ଯେମିତି ନ ଭୁଲନ୍ତି। ଟମାଟୋ ସୁପ୍ ଦେହ, ତ୍ବଚା ଉଭୟ ପାଇଁ ଭଲ।
ଭିଟାମିନ୍ସ, ପୋଷକତତ୍ତ୍ବ ଭରପୂର ଘି-କୁଆଁରୀ ରସ ଶୀତଦିନେ ପିଇବା ଦରକାର। ଏହି ପାନୀୟ ପିଇଲେ ତ୍ବଚାର ଅନେକ ସମସ୍ୟା କମ୍ ହୁଏ।

Comments are closed.