ସାରା ଓଡିଶାରେ ଶୀତର ପ୍ରକୋପ ଜାରି

0

ଭୁବନେଶ୍ବର : ସାରା ଓଡିଶାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଛି। ଆଭ୍ୟନ୍ତରୀଣ ଓଡିଶା ସମେତ ଅଧିକାଂଶ ସ୍ଥାନରେ ପାରଦ ୧୫ଡିଗ୍ରି ତଳକୁ ଖସିଆସିଛି। ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ତାପମାତ୍ରା ୧୦ଡିଗ୍ରି ତଳେ ରହିଛି। ରବିବାର ଭୋର ସମୟରେ ଦାରିଙ୍ଗବାଡି ବ୍ୟତୀତ ସମ୍ପୁର୍ଣ୍ଣ କନ୍ଧମାଳ ଜିଲାର ସର୍ବନିମ୍ନ ତାପମାତ୍ରା ୯ଡିଗ୍ରି ରହିଛି। ଶୀତର ପ୍ରକୋପ ଧିରେ ଧିରେ ବଢୁଥିବାରୁ ପାରଦ ଆହୁରି ଅଧିକ ଖସିବ। ଡିସେମ୍ବର ମାସ ବେଳକୁ ଦାରିଙ୍ଗବାଡିର ତାପମାତ୍ରା ୫ଡିଗ୍ରି ତଳକୁ ଖସିବ ବୋଲି ଆଶଙ୍କା ରହିଛି। ଆସନ୍ତା ୫ଦିନ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଆଉ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Leave A Reply